Friday, August 21, 2026
Friday, August 21, 2026
HomeDurga MaaDurga Maa Songs OdiaJaya Tu Mangala Mago Lyrics - Durga Maa Odia Bhajan

Jaya Tu Mangala Mago Lyrics – Durga Maa Odia Bhajan

- Advertisment -

“ଜୟ ତୁ ମଙ୍ଗଳା ମାଗୋ” ଏକ ଭକ୍ତିମୟ ଓଡ଼ିଆ ଦେବୀ ଭଜନ, ଯେଉଁଥିରେ ମା’ ମଙ୍ଗଳାଙ୍କ ମହିମା, ମାତୃସ୍ନେହ ଓ କରୁଣାର ସ୍ତୁତି କରାଯାଇଛି। ଭକ୍ତ ମା’ଙ୍କୁ ନିଜର ଆଶ୍ରୟ ଓ ରକ୍ଷାକର୍ତ୍ତ୍ରୀ ଭାବେ ସ୍ମରଣ କରି ତାଙ୍କ ଆଶୀର୍ବାଦ କାମନା କରେ। ଭଜନଟିରେ ମା’ଙ୍କ ପ୍ରତି ଗଭୀର ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ଭାବ ପ୍ରକାଶ ପାଇଛି।

ଅର୍ଥ:

“ଜୟ ତୁ ମଙ୍ଗଳା ମାଗୋ”**ର ଅର୍ଥ ହେଉଛି — ହେ ମା’ ମଙ୍ଗଳା, ତୁମର ଜୟ ହେଉ। ଭକ୍ତ ମା’ଙ୍କୁ ମଙ୍ଗଳ, ଶକ୍ତି ଓ ସୁରକ୍ଷାର ଅଧିଷ୍ଠାତ୍ରୀ ଭାବେ ବନ୍ଦନା କରେ। ମା’ଙ୍କ କୃପାରେ ଜୀବନର ଦୁଃଖ, ଭୟ ଓ ବିପଦ ଦୂର ହୋଇ ଘର-ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ — ଏହି ଭାବନା ଭଜନର ମୁଖ୍ୟ ସନ୍ଦେଶ। ମା’ଙ୍କ ପ୍ରତି ନିଷ୍ଠା ଓ ଭକ୍ତି ରଖିଲେ ତାଙ୍କର ଦିବ୍ୟ କୃପା ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ।

ଆଧ୍ୟାତ୍ମିକ ମହତ୍ତ୍ୱ (ଆଧ୍ୟାତ୍ମିକ ମହତ୍ତ୍ୱ)

ଓଡ଼ିଶାର ଦେବୀ ଉପାସନା ପରମ୍ପରାରେ ମା’ ମଙ୍ଗଳାଙ୍କର ବିଶେଷ ସ୍ଥାନ ରହିଛି। ମା’ଙ୍କୁ ଶ୍ରଦ୍ଧାର ସହିତ ସ୍ମରଣ କରିବା ଓ ତାଙ୍କ ଭଜନ ଗାଇବା ଭକ୍ତଙ୍କ ମନରେ ଆସ୍ଥା, ଶାନ୍ତି ଓ ଆତ୍ମିକ ଶକ୍ତି ଜାଗ୍ରତ କରେ। “ଜୟ ତୁ ମଙ୍ଗଳା ମାଗୋ” ପରି ଭଜନ ମାତୃଶକ୍ତି ପ୍ରତି ଭକ୍ତି ଓ ଶରଣାଗତିର ଭାବକୁ ଦୃଢ଼ କରିଥାଏ ଏବଂ ଭକ୍ତଙ୍କୁ ମା’ଙ୍କ କୃପା ଓ ଆଶୀର୍ବାଦ ଉପରେ ବିଶ୍ୱାସ ରଖିବାକୁ ପ୍ରେରଣା ଦିଏ।

Jaya Tu Mangala Mago Lyrics:

  • English
  • Odia

Om
Pataka Harii Devi
Pranamami Harapriye
Punami Sthanamasmakam

Adhisthane Nahi Taba
Ashubham Nidhanem Jatu
Pranamati Bipatteyah
Etad Partitam Devi

Twomekam Saranamhina
Bhakti Dehim Gunam Dehim
Dehimebaramidrusam
Tenahisyat Manusyanam

Sada Deshahite Ratih
Sampadaloka Satwoncha
Pranasyanti Two Padambujam
Etaddhi Parthitwom Devi

Twomekam Sharanamhinah
Etaddhi Parthitwom Devi
Twomekam Sharanamhinah
Jaya Tu Mangala Maago Jaya Harachandi

Tote Sumarile Maago Durita Je Khandi
Tote Sumarile Maago Durita Je Khandi
Bipada Kalare Sumaranti Jeun Jana
Maha Ghora Sankata Ru Phitai Bandhana

Maha Ghora Sankata Ru Phitai Bandhana
Adrushyaku Drushya Hue To Nama Dharile
Bipatti Nathae Maago Tote Sumarile
Bipatti Nathae Maago Tote Sumarile

Tohara Je Nama Mana Jehu Sumarai
Kichhihin Sankata Maago Bipatti Nathai
Kichhihin Sankata Maago Bipatti Nathai
Anathaku Daya Maago Duba Karu Daru

Dustara Padile Maago Praninku Uddharu
Dustara Padile Maago Praninku Uddharu
Jetebele Praninki Je Padithae Kasta
Tote Sumarile Maago Phitai Sankata

Tote Sumarile Maago Phitai Sankata
Je Tohara Barabrata Sabukare Niti
Pae Sehu Dhanajana Achala Sampatti
Pae Sehu Dhanajana Achala Sampatti

Namo Narayani Maago Aparna Parbati
Bhramana Je Karu Maago Arddha Nisharati
Bhramana Je Karu Maago Arddha Nisharati
Chandi Je Chamunda Maago Khatanti Apara

Emananku Sange Gheni Bhramana Tohara
Emananku Sange Gheni Bhramana Tohara
Payare Alata Bhale Sindurara Chita
Ranga Basanare Tora Shreeanga Shobhita

Ranga Basanare Tora Shreeanga Shobhita
Sinhara Prusthare Maago Bije Karithau
Je Mukhe Padile Maago Nabartanti Aau
Je Mukhe Padile Maago Nabartanti Aau

Namaste Sarala Maago Shankara Bhavani
Dayakara Mote Maago Danuja Nashini
Dayakara Mote Maago Danuja Nashini
Sukhila Samudre Maago Budila Mo Bhela

Dustara Padila Maago Uddhara Mangala
Dustara Padila Maago Uddhara Mangala
Sakha Sahodara Maago Bandhubala Nahi
Bipatti Kalare Saha Hua Mahamayee

Bipatti Kalare Saha Hua Mahamayee
Bindhyagiri Basini Maa Haimabanti Suta
Emanta Dwadasha Nama Dele Je Bidhata
Emanta Dwadasha Nama Dele Je Bidhata

Jhankade Rahilu Nama Sarala Bolai
Kakatapure Rahilu Mangala Je Tuhi
Kakatapure Rahilu Mangala Je Tuhi
Lahalaha Jihwa Maago Sindure Mukhamandi

Konarake Rahilu Abhaya Ramachandi
Konarake Rahilu Abhaya Ramachandi
Purusottame Rahilu Bimala Bolai
Bankire Rahilu Maago Nama Charchikai

Bankire Rahilu Maago Nama Charchikai
Sambalapure Rahilu Nama Samalai
Jajapure Rahilu Maa Nama Birajai
Jajapure Rahilu Maa Nama Birajai

Paschime Rahilu Mata Nama Higulai
Bhubanesware Rahilu Gauri Bolai
Bhubanesware Rahilu Gauri Bolai
Banapure Rahilu Maa Nama Bhagabati

Sakala Amara Tote Karanti Je Stuti
Sakala Amara Tote Karanti Je Stuti
Uttara Dige Rahilu Chandi Nama Bahi
Emanta Dwadasa Nama Brahma Gale Dei

Emanta Dwadasa Nama Brahma Gale Dei
Tohara Mahima Maago Ke Pariba Kahi
Madi Basiachhu Dasa Diga Mahamayee
Madi Basiachhu Dasa Diga Mahamayee

Namaste Chandika Tume Rudrankara Bama
Ke Kahi Pariba Maago Tumbhara Mahima
Ke Kahi Pariba Maago Tumbhara Mahima
Dambaru Majha Maago Bichitra Sinhathani

Mahamurti Rupa Maago Atu Gosamani
Mahamurti Rupa Maago Atu Gosamani
Laha Laha Jihwa Maago Ghora Dantapati
Namo Adimata Maago Bije Sinhapithi

Namo Adimata Maago Bije Sinhapithi
Kati Je Kharpara Maago Sohe Bamakara
Sankha Chakra Gada Maago Ayuddha Tohara
Sankha Chakra Gada Maago Ayuddha Tohara

Nana Puspamala Tora Kusuma Chandana
Kapale Sindura Gara Dise Shobhabana
Kapale Sindura Gara Dise Shobhabana
Namaste Sarala Maago Chandi Mahamayee

Dustara Padile Maago Uddharu Je Tuhi
Dustara Padile Maago Uddharu Je Tuhi
Tretayare Tote Maago Sumarile Rama
Prasanna Hoina Maata Kalu Purnakama

Prasanna Hoina Maata Kalu Purnakama
Tumbhara Agyanre Rama Lanka Kale Jaya
Ravanaku Mari Sita Ani Ramaraya
Ravanaku Mari Sita Ani Ramaraya

Namaste Sarala Maago Rakhyakara Mote
Muhi Arakhita Jana Ashra Kali Tote
Muhi Arakhita Jana Ashra Kali Tote
Jetebele Jaha Maago Karuthibi Ichha

To Pada Smarane Puruthiba Manabanchha
To Pada Smarane Puruthiba Manabanchha
Tumbhara Charane Mora Rahu Manasthira
Kahe Dinahina Adimata Je Uddhara

Kahe Dinahina Adimata Je Uddhara
Kahe Dinahina Adimata Je Uddhara
Kahe Dinahina Adimata Je Uddhara

ଓମ୍
ପାତକହାରିଣୀ ଦେବୀ
ପ୍ରଣମାମି ହରପ୍ରିୟେ
ପୁନାମି ସ୍ଥାନମସ୍ମାକମ୍

ଅଧିଷ୍ଠାନେ ନହି ତବ
ଅଶୁଭମ୍ ନିଧନେମ୍ ଯାତୁ
ପ୍ରଣମତି ବିପତ୍ତେୟଃ
ଏତଦ୍ ପାର୍ତିତମ୍ ଦେବୀ

ତ୍ୱମେକମ୍ ଶରଣଂହୀନ
ଭକ୍ତି ଦେହିମ୍ ଗୁଣମ୍ ଦେହିମ୍
ଦେହିମେବରମିଦୃଶମ୍
ତେନହିସ୍ୟାତ ମନୁଷ୍ୟାଣାଂ

ସଦା ଦଶହିତେ ରତିଃ
ସଂପଦଲୋକ ସତ୍ୱଞ୍ଚ
ପ୍ରଣଶ୍ୟନ୍ତି ତ୍ୱ ପଦାମ୍ବୁଜମ୍
ଏତଦ୍ଧି ପାର୍ଥିତ୍ୱଂ ଦେବୀ

ତ୍ୱମେକମ୍ ଶରଣଂହୀନଃ
ଏତଦ୍ଧି ପାର୍ଥିତ୍ୱଂ ଦେବୀ
ତ୍ୱମେକମ୍ ଶରଣଂହୀନଃ
ଜୟ ତୁ ମଙ୍ଗଳା ମା’ଗୋ ଜୟ ହରଚଣ୍ଡୀ

ତୋତେ ସୁମରିଲେ ମା’ଗୋ ଦୂରିତ ଯେ ଖଣ୍ଡି
ତୋତେ ସୁମରିଲେ ମା’ଗୋ ଦୂରିତ ଯେ ଖଣ୍ଡି
ବିପଦ କାଳରେ ସୁମରନ୍ତି ଯେଉଁ ଜନ
ମହାଘୋର ସଂକଟରୁ ଫିଟଇ ବଂଧନ

ମହାଘୋର ସଂକଟରୁ ଫିଟଇ ବଂଧନ
ଅଦୃଶ୍ୟକୁ ଦୃଶ୍ୟହୁଏ ତୋ ନାମ ଧରିଲେ
ବିପତ୍ତି ନଥାଏ ମା’ଗୋ ତୋତେ ସୁମରିଲେ
ବିପତ୍ତି ନଥାଏ ମା’ଗୋ ତୋତେ ସୁମରିଲେ

ତୋହର ଯେ ନାମ ମାନ ଯେହୁ ସୁମରଇ
କିଛିହିଁ ସଂକଟ ମା’ଗୋ ବିପତ୍ତି ନଥାଇ
କିଛିହିଁ ସଂକଟ ମା’ଗୋ ବିପତ୍ତି ନଥାଇ
ଅନାଥକୁ ଦୟା ମା’ଗୋ ଦୁବ କରୁ ଦାରୁ

ଦୁସ୍ତର ପଡ଼ିଲେ ମା’ଗୋ ପ୍ରାଣିଙ୍କୁ ଉଦ୍ଧରୁ
ଦୁସ୍ତର ପଡ଼ିଲେ ମା’ଗୋ ପ୍ରାଣିଙ୍କୁ ଉଦ୍ଧରୁ
ଯତେବେଳେ ପ୍ରାଣିଙ୍କି ଯେ ପଡ଼ିଥାଏ କଷ୍ଟ
ତୋତେ ସୁମରିଲେ ମା’ଗୋ ଫିଟଇ ସଂକଟ

ତୋତେ ସୁମରିଲେ ମା’ଗୋ ଫିଟଇ ସଂକଟ
ଯେ ତୋହର ବାରବ୍ରତ ସବୁକରେ ନିତି
ପାଏ ସେହୁ ଧନଜନ ଅଚଳ ସଂପତ୍ତି
ପାଏ ସେହୁ ଧନଜନ ଅଚଳ ସଂପତ୍ତି

ନମୋ ନାରାୟଣୀ ମା’ଗୋ ଅପର୍ଣ୍ଣା ପାର୍ବତୀ
ଭ୍ରମଣ ଯେ କରୁ ମା’ଗୋ ଅର୍ଦ୍ଧ ନିଶାରାତି
ଭ୍ରମଣ ଯେ କରୁ ମା’ଗୋ ଅର୍ଦ୍ଧ ନିଶାରାତି
ଚଣ୍ଡୀ ଯେ ଚାମୁଣ୍ଡା ମା’ଗୋ ଖଟନ୍ତି ଅପାର

ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର
ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର
ପୟରେ ଅଳତା ଭାଲେ ସିନ୍ଦୂରର ଚିତା
ରଂଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା

ରଂଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା
ସିଂହର ପୃଷ୍ଠରେ ମା’ଗୋ ବିଜେ କରିଥାଉ
ଯେ ମୁଖେ ପଡ଼ିଲେ ମା’ଗୋ ନବର୍ତ୍ତନ୍ତି ଆଉ
ଯେ ମୁଖେ ପଡ଼ିଲେ ମା’ଗୋ ନବର୍ତ୍ତନ୍ତି ଆଉ

ନମସ୍ତେ ସାରଳା ମା’ଗୋ ଶଙ୍କର ଭବାନୀ
ଦୟାକର ମୋତେ ମା’ଗୋ ଦନୁଜ ନାଶିନୀ
ଦୟାକର ମୋତେ ମା’ଗୋ ଦନୁଜ ନାଶିନୀ
ଶୁଖିଲା ସମୁଦ୍ରେ ମା’ଗୋ ବୁଡ଼ିଲା ମୋ ଭେଳା

ଦୁସ୍ତର ପଡ଼ଲା ମା’ଗୋ ଉଦ୍ଧାର ମଙ୍ଗଳା
ସଖା ସହୋଦର ମା’ଗୋ ବନ୍ଧୁବଳ ନାହିଁ
ବିପତ୍ତି କାଳରେ ସାହା ହୁଅ ମହାମାୟୀ
ବିପତ୍ତି କାଳରେ ସାହା ହୁଅ ମହାମାୟୀ

ବିନ୍ଧ୍ୟଗିରି ବାସିନୀ ମା’ହୈମବନ୍ତୀ ସୂତା
ଏମନ୍ତ ଦ୍ୱାଦଶ ନାମ ଦେଲେ ଯେ ବିଧାତା
ଏମନ୍ତ ଦ୍ୱାଦଶ ନାମ ଦେଲେ ଯେ ବିଧାତା
ଝଙ୍କଡ଼େ ରହିଲୁ ନାମ ସାରଳା ବୋଲାଇ

କାକଟପୁରେ ରହିଲୁ ମଙ୍ଗଳା ଯେ ତୁହି
କାକଟପୁରେ ରହିଲୁ ମଙ୍ଗଳା ଯେ ତୁହି
ଲହଲହ ଜିହ୍ୱା ମା’ଗୋ ସିନ୍ଦୂରେ ମୁଖମଣ୍ଡି
କୋଣାରକେ ରହିଲୁ ଅଭୟା ରାମଚଣ୍ଡୀ

କୋଣାରକେ ରହିଲୁ ଅଭୟା ରାମଚଣ୍ଡୀ
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ
ବାଙ୍କିରେ ରହିଲୁ ମା’ଗୋ ନାମ ଚର୍ଚ୍ଚିକାଇ
ବାଙ୍କିରେ ରହିଲୁ ମା’ଗୋ ନାମ ଚର୍ଚ୍ଚିକାଇ

ସମ୍ବଲପୁରେ ରହିଲୁ ନାମ ସମଲାଇ
ଯାଜପୁରେ ରହିଲୁ ମା’ନାମ ବିରଜାଇ
ଯାଜପୁରେ ରହିଲୁ ମା’ନାମ ବିରଜାଇ
ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ

ଭୁବନେଶ୍ୱରେ ରହିଲୁ ଗଉରୀ ବୋଲାଇ
ଭୁବନେଶ୍ୱରେ ରହିଲୁ ଗଉରୀ ବୋଲାଇ
ବାଣପୁରେ ରହିଲୁ ମା’ନାମ ଭଗବତୀ
ସକଳ ଅମର ତୋତେ କରନ୍ତି ଯେ ସ୍ତୁତି

ସକଳ ଅମର ତୋତେ କରନ୍ତି ଯେ ସ୍ତୁତି
ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି
ଏମନ୍ତ ଦ୍ୱାଦଶ ନାମ ବ୍ରହ୍ମା ଗଲେ ଦେଇ
ଏମନ୍ତ ଦ୍ୱାଦଶ ନାମ ବ୍ରହ୍ମା ଗଲେ ଦେଇ

ତୋହର ମହିମା ମା’ଗୋ କେ ପାରିବ କହି
ମାଡ଼ି ବସିଅଛୁ ଦଶଦିଗ ମହାମାୟୀ
ମାଡ଼ି ବସିଅଛୁ ଦଶଦିଗ ମହାମାୟୀ
ନମସ୍ତେ ଚଣ୍ଡିକା ତୁମେ ରୁଦ୍ରଙ୍କର ବାମା

କେ କହି ପାରିବ ମା’ଗୋ ତୁମ୍ଭର ମହିମା
କେ କହି ପାରିବ ମା’ଗୋ ତୁମ୍ଭର ମହିମା
ଡମ୍ବରୁ ମଝା ମା’ଗୋ ବିଚିତ୍ର ସିଂହଠାଣି
ମହାମୂର୍ତ୍ତି ରୂପ ମା’ଗୋ ଅଟୁ ଗୋସାମଣି

ମହାମୂର୍ତ୍ତି ରୂପ ମା’ଗୋ ଅଟୁ ଗୋସାମଣି
ଲହଲହ ଜିହ୍ୱା ମା’ଗୋ ଘୋର ଦନ୍ତପାଟି
ନମୋ ଆଦିମାତା ମା’ଗୋ ବିଜେ ସିଂହପିଠି
ନମୋ ଆଦିମାତା ମା’ଗୋ ବିଜେ ସିଂହପିଠି

କାତି ଯେ ଖର୍ପର ମା’ଗୋ ଶୋହେ ବାମକର
ଶଙ୍ଖ ଚକ୍ର ଗଦା ମା’ଗୋ ଆୟୁଧ ତୋହର
ଶଙ୍ଖ ଚକ୍ର ଗଦା ମା’ଗୋ ଆୟୁଧ ତୋହର
ନାନା ପୁଷ୍ପମାଳ ତୋର କୁସୁମ ଚନ୍ଦନ

କପାଳେ ସିନ୍ଦୂର ଗାର ଦିଶେ ଶୋଭାବନ
କପାଳେ ସିନ୍ଦୂର ଗାର ଦିଶେ ଶୋଭାବନ
ନମସ୍ତେ ସାରଳା ମା’ଗୋ ଚଣ୍ଡୀ ମହାମାୟୀ
ଦୁସ୍ତର ପଡ଼ିଲେ ମା’ଗୋ ଉଦ୍ଧାରୁ ଯେ ତୁହି

ଦୁସ୍ତର ପଡ଼ିଲେ ମା’ଗୋ ଉଦ୍ଧାରୁ ଯେ ତୁହି
ତ୍ରେତୟାରେ ତୋତେ ମା’ଗୋ ସୁମରିଲେ ରାମ
ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣକାମ
ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣକାମ

ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ
ରାବଣକୁ ମାରି ସୀତା ଆଣି ରାମରାୟ
ରାବଣକୁ ମାରି ସୀତା ଆଣି ରାମରାୟ
ନମସ୍ତେ ସାରଳା ମାଗୋ ରକ୍ଷାକର ମୋତେ

ମୁହିଁ ଅରକ୍ଷିତ ଜନ ଆଶ୍ରାକଲି ତୋତେ
ମୁହିଁ ଅରକ୍ଷିତ ଜନ ଆଶ୍ରାକଲି ତୋତେ
ଯେତେବେଳେ ଯାହା ମା’ଗୋ କରୁଥିବି ଇଚ୍ଛା
ତୋ ପାଦ ସ୍ମରଣେ ପୂରୁଥିବ ମନବାଞ୍ଛା

ତୋ ପାଦ ସ୍ମରଣେ ପୂରୁଥିବ ମନବାଞ୍ଛI
ତୁମ୍ଭର ଚରଣେ ମୋର ରହୁ ମନସ୍ଥିର
କହେ ଦୀନହୀନ ଆଦିମାତ ଯେ ଉଦ୍ଧର
କହେ ଦୀନହୀନ ଆଦିମାତ ଯେ ଉଦ୍ଧର

କହେ ଦୀନହୀନ ଆଦିମାତ ଯେ ଉଦ୍ଧର
କହେ ଦୀନହୀନ ଆଦିମାତ ଯେ ଉଦ୍ଧର

Credits:

  • Title: Jaya Tu Mangala Mago
  • Singer: Gobind Chandra
  • Music Director: Subhash Jena
  • Edit & Gfx: Mind Pro
  • Music Label: Music Nova

Full Audio Song Available On

Facebook Comments Box
- Advertisment -
RELATED SONGS
- Advertisment -

Most Popular

- Advertisment -

TOP CATEGORIES